କବିସୂର୍ଯ୍ୟନଗର,୧୩/୨(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ଗ୍ରାମରେ ଅବକାରୀ ବିଭାଗଉପରେ ଅତର୍କିତ ଆକ୍ରମଣ l ବେଆଇନ ମଦ ଧରପଗଡ଼ କରିବାକୁ ଯାଇ ୫ ଜଣ କର୍ମଚାରୀ ଠେଙ୍ଗା ଓ ପଥର ମାଡ଼ ଖାଇ ଲହୁଲୁହାଣ ହୋଇଛନ୍ତି । ଫଳରେ କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଗାଁରେ ବେଆଇନ ମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରରୁ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା।