ଭୁବନେଶ୍ୱର,୧୧/୩(ଡ଼ି.ଏଚ ବ୍ୟୁରୋ):- ଆଜି ବି ଗୃହ କାର୍ଯ୍ୟ ଆରମ୍ଭ ରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଟ୍ଟଗୋଳ ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳର ସଦସ୍ୟମାନେ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଛନ୍ତି। ଜୟ ନାରାୟଣ ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିବାଦ କରିଥିବାବେଳେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ହଙ୍ଗାମା କରିଛି।