ନୂଆଦିଲ୍ଲୀ,୧୭/୨(ଡ଼ି.ଏଚ୍.ବ୍ୟୁରୋ):-୧୨୨ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିବା ପରେ ନ୍ୟୁ ଇଣ୍ଡିଆ କୋଅପରେଟିଭ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। କୌଣସି ଜମାକାରୀ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ କରିପାରିବେ ନାହିଁ । ଏହା ସହିତ ବ୍ୟାଙ୍କ ଋଣ ବି ଦେଇପାରିବ ନାହିଁ। କେବଳ ଋଣ ପରିଶୋଧ କରିପାରିବ ବୋଲି ଆରବିଆଇ ନିର୍ଦେଶ ଜାରି କରିଛନ୍ତି । ଫଳରେ ହଜାର ହଜାର ସଂଖ୍ୟାରେ ଜମାକାରୀ ବ୍ୟାଙ୍କର ବିଭିନ୍ନ ଶାଖାରେ ଭିଡ଼ ଜମାଇଛନ୍ତି।