ରାସ୍ତାକଡ଼ରୁ ୨ଅଜଗର ସାପ ଜୀବନ୍ତ ଉଦ୍ଧାର l

23
ADVERTISEMENT


କୁକୁଡାଖଣ୍ଡି,୧୩/୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମ ମୁଖ୍ୟ ରାସ୍ତା ପାଶ୍ୱରୁ ଦୁଇଗୋଟି ଅଜଗର ସାପ ଉଦ୍ଧାର ହୋଇଛି l ସାପ ଦୁଇଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଲୋକ ଆକ୍ରମଣ କରୁଥିବା ଖବର ପାଇ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ଓ ବିଜେନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି ସର୍ପ ମିତ୍ର ପି. ଅରବିନ୍ଦ ଦେଶୀ ବେହେରାଙ୍କୁ ଅବଗତ କରାଇଥିଲେl ଦେଶିବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୋଟି ଅଜଗର ସାପକୁ କୌଶଳ କ୍ରମେ ଉଦ୍ଧାର କରି ବ୍ରହ୍ମପୁର ପଶୁ ଚିକିତ୍ସାଳୟକୁ ନେଇଥିଲେ l ସେଠାରେ ଡାକ୍ତର ବିଭୁ ପ୍ରସାଦ ପଣ୍ଡା ସାପ ଦୁଇଟିର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବନାଞ୍ଚଳ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ lଏବଂ ଗୋଟିଏ ସାପର ଲମ୍ବ ପ୍ରାୟ ଦଶ ଫୁଟ ଓ ଅନ୍ୟ ଗୋଟିଏ ସାପର ଲମ୍ବ ଛଅ ଫୁଟ ଥିବା ଜଣା ପଡିଛି l

Advertisement