କନ୍ଧମାଳ,୧୩/୨(ଡ଼ି.ଏଚ୍ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ରାସନ କାର୍ଡ ଫେରାଇଲେଣି ୨୨ରୁ ଊର୍ଦ୍ଧ୍ବ ଚାକିରିଆ l ଖାଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରୀବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ତେବେ ବହୁ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଯୋଜନାର ଫାଇଦା ଉଠାଉଛନ୍ତି।