କଟକ,୦୯/୨(ଡ଼ି.ଏଚ୍ ବ୍ୟୁରୋ):-କଟକ ଶିଖରପୁର ଓଭରବ୍ରିଜ୍ ଉପରେ ବାଇକ୍କୁ ଧକ୍କାଦେଇ ମାଡିଗଲା ଟ୍ରକ୍ । ଏଥିରେ ବାଇକରେ ଥିବା ମାମୁ ଓ ଭଣଜାଙ୍କ ମୃତ୍ୟୁ ଘଟିଥିବାବେଳେ ଭଉଣୀ ରିନା ବାରିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ରିନା ବାରିକ ତାଙ୍କ ମାଉସୀ ପୁଅ ଭାଇ ଜ୍ଞାନରଞ୍ଜନ ପରିଡ଼ା ଓ ୪ ବର୍ଷର ପୁଅ ସହ ବାଇକ ଯୋଗେ କେନ୍ଦ୍ରାପଡ଼ାରୁ ଭୁବନେଶ୍ବର ଯାଉଥିଲେ।