ନୂଆଦିଲ୍ଲୀ,୦୮/୨(ଡ଼ି.ଏଚ୍ ବ୍ୟୁରୋ):-ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଭାରସାମ୍ୟ ହରାଇ କାରକୁ ଧକ୍କା ଦେଲା ବସ l ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୮ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ସମସ୍ତ ମୃତକ ଭିଲଓ୍ବାରା ଜିଲାର ବାସିନ୍ଦା ବୋଲି ସୂଚନା । ଏବଂ ସେମାନେ ପ୍ରୟାଗରାଜର ମହାକୁମ୍ଭ ମେଳାକୁ ଯାଉଥିଲେ।