ନୂଆଦିଲ୍ଲୀ,୨୩/୧(ଡି.ଏଚ୍.ବ୍ୟୁରୋ):-ମହାରାଷ୍ଟ୍ର ଜଲଗାଓଁରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି l ଲକ୍ଷ୍ନୌରୁ ମୁମ୍ବଇ ଗାମୀ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ପ୍ରଚାର ହେବା ପରେ କିଛି ଯାତ୍ରୀ ଜରୁରୀକାଳୀନ ରହଣି ଚେନ୍ ଟାଣି ଜୀବନ ବିକଳରେ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ଏବଂ ସନ୍ନିକଟ ଲାଇନରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ-ଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ୍ ଟ୍ରେନ୍ ସହ ଧକ୍କା ଖାଇ କଟି ଯାଇଥିଲେ।