ନୂଆଦିଲ୍ଲୀ,୧୫/୧(ଡି.ଏଚ୍.ବ୍ୟୁରୋ):-ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ପ୍ରଥମ ଶାହୀ ସ୍ନାନ (ଅମୃତ ସ୍ନାନ) ଅନୁଷ୍ଠିତ ହୋଇଛି। ଏହି ଶାହୀ ସ୍ନାନ ତିଥିରେ ପ୍ରାୟ ୫ କୋଟି ଭକ୍ତ ହର ହର ମହାଦେବ, ଜୟ ଶ୍ରୀରାମ ଓ ଜୟ ଗଙ୍ଗା ମୈୟା ଧ୍ବନିରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି । ଏବଂ ଶାହୀ ସ୍ନାନ ତିଥିରେ ସଙ୍ଗମରେ ବୁଡ ପକାଇଲେ ସବୁ ପାପର ପ୍ରାୟଶ୍ଚିତ ଘଟୁଥାଏ ଏବଂ ପୁନର୍ଜନ୍ମ ହୁଏ ନାହିଁ ବୋଲି ପୌରାଣିକ ମତବାଦ ରହିଛି।