ରାଉରକେଲା,୧୨/୧(ଡି.ଏଚ୍.ବ୍ୟୁରୋ):-କୋର୍ଟରେ ସରକାରୀ ଚାକିରିଦେବା ଆଶାରେ ନିରୀହ ଯୁବକଯୁବତୀଙ୍କୁ ଲୁଟ କରିବା ଘଟଣାରେ ରାଉରକେଲା ଉଦିତନଗର ପୁଲିସ ଏକ ଠକ ଦମ୍ପତିଙ୍କୁ ଗିରଫ କରିଛି । ସେମାନେ ହେଲେ ପ୍ଲାଣ୍ଟସାଇଟ୍ ଥାନା ଟିମ୍ବର କଲୋନିର ସଂଗ୍ରାମ ସାହୁ (୩୧) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ତନ୍ତୀ (୨୮)। ଏବଂ ଦୁହେଁ ନିରୀହ ଯୁବକଯୁବତୀଙ୍କୁ ଚାକିରି ଦେବା ଆଳରେ ଠକି ନକଲି ନିଯୁକ୍ତିପତ୍ର ଏବଂ ଆଇଡି କାର୍ଡ ମଧ୍ୟ ଦେଉଥିଲେ।