ନୂଆଦିଲ୍ଲୀ,୧୧/୧(ଡି.ଏଚ୍.ବ୍ୟୁରୋ):-ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦେଶରେ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଚିଥିବାବେଳେ ଗତକାଲି ମହାରାଷ୍ଟ୍ର ନାଗପୁରରେ ଦୁଇ ଶିଶୁଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଫଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପୂଣ୍ୟ ସଲିଳ ଶ୍ରୀବାସ୍ତବ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ମାନଙ୍କ ସହ ଏକ ବୈଠକରେ ଏହି ଭାଇରସର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।