ମାଲକାନଗିରି,୦୬/୧(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରକୁ ହାଇଦ୍ରାବାଦରୁ ଗିରଫ କରିଛି। ସେ ବିଦେଶ ଚାଲିଯିବାକୁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଏବଂ ଅନ୍ୟ ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି ।