ସମ୍ବଲପୁର,୦୫/୧(ଡି.ଏଚ୍.ବ୍ୟୁରୋ):-ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ କାରକୁ ଧକ୍କା ଦେଲା ହାଇୱା ଧକ୍କାରେ ୨ ମୃତ l ଏଥିରେ କର୍ଡୋଲା ଗ୍ରାମର ତଥା ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି l ଏବଂ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୁଲିସ ଗିରଫ କରିଛି ।