କଟକ,୧୬/୧୨(ଡି.ଏଚ୍.ବ୍ୟୁରୋ):-କଟକ ପରମହଂସ ପୀଠ ନିକଟ କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ମହିଳା ପଦ୍ମାବତୀ ସାମଲଙ୍କ ଅନୈତିକ ସମ୍ପର୍କକୁ ନେଇ ତାଙ୍କ ସ୍ବାମୀ ଓ ଦୁଇ ଦିଅର ବୀଭତ୍ସ ହତ୍ୟା କରିଛନ୍ତି। ଏହି ମାମଲାରେ ପୁଲିସ ମୃତ ପଦ୍ମାବତୀଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ (୨୭) ଓ ହାପି ଦେହୁରୀ(୨୦)କୁ ଗିରଫ କରିଛି।