ନବରଙ୍ଗପୁର,୧୫/୧୨(ଡି.ଏଚ୍.ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନ ଖାଲେପାରା ଓ ପଖନାପାରା ଗ୍ରାମରେ ଜିଲ୍ଲା ପୁଲିସ, ରାଜସ୍ୱ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଚାଷ ହୋଇଥିବା ପ୍ରାୟ ୪ ହଜାର ଗଞ୍ଜେଇ ଗଛ ଜବତ ସହ ନଷ୍ଟ । ଏବଂ ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେକେ ଏହି ଘଟଣାରେ ଅବକାରୀ ବିଭାଗ ଜଣକୁ ଅଟକ ରଖି ପଚରାଉଚରା ଜାରି କରିଛିl