ମାଲକାନଗିରି,୧୧/୧୨(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟାକଲେ ମାଓବାଦୀ l ଛତିଶଗଡ ପୁଟୁର ଥାନା ଅନ୍ତର୍ଗତ ସମନପଲ୍ଲୀ ଗାଁ ନିକଟରେ ବିଜେପି କର୍ମୀ ମଣ୍ଡେରାମ ପୁଡୁଆମୀଙ୍କୁ ନିର୍ମମ ଭାବେ ହତ୍ୟା କରି ଥିବାବେଳେ ଘଟଣାସ୍ଥଳରୁ ମାଓ ପୋଷ୍ଟର ଉଦ୍ଧାର ହୋଇଛି।