ମାଲକାନଗିରି,୦୮/୧୨(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି ନିକଟସ୍ଥ ଏମ୍ଭି-୭ ଗାଁ ନିକଟରେ ଓଏସ୍ଆରଟିସି ବସ୍ ଗୋଟିଏ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ବସ୍ ଟି ବାଇକ୍କୁ ଜୋରରେ ଧକ୍କା ଦେଇ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଯାହାଫଳରେ ୩ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ଘୋଷଣା କରିଛନ୍ତି।