ଫୁଲବାଣୀ,୦୬/୧୨(ଡି.ଏଚ୍.ବ୍ୟୁରୋ):-ଫୁଲବାଣୀ ଟାଉନ୍ ଥାନା ଅଂଚଳରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥା ‘ଅଧିକାର’ କାର୍ଯ୍ୟାଳୟରେ ଲୁଟ୍ ଉଦ୍ୟମ l ୩ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା କରିବା ସହିତ ୨ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ ବେଳେ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି । ଏଥିରେ ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ହାତରେ ଧରାପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର୍ । ଏବେ ଏହି ଘଟଣା ଫୁଲବାଣୀ ସହରରେ ଆତଙ୍କ ଖେଳାଇ ଦେଇଛି।