କେନ୍ଦୁଝର:ବୋଲେରୋ ଦୁର୍ଘଟଣା

230
ADVERTISEMENT

କେନ୍ଦୁଝର(ଦୁନିଆ ହାଲ୍ ଚାଲ୍): ଗୁରୁବାର ସକାଳେ ସଦର ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ଛକ ଠାରେ ଗୋଟାଏ ଠିଆ ହୋଇଥିବା ଟ୍ରକ୍‌ ପଛରେ ଗୋଟାଏ ବୋଲେରୋ ଧକ୍କା ଖାଇବାରୁ ପତିପତ୍ନୀଙ୍କର ମୃତ୍ୟୁ ଘଟିଛି ଓ ଡ୍ରାଇଭର ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ଦମ୍ପତି ହେଉଛନ୍ତି ବଲାଣିଥାନା ବାଲାଗୋଡ଼ ଅଞ୍ଚଳର ୫୦ ବର୍ଷୀୟ ବୀଣାଦେବୀ ମହାକୁଡ଼ ଓ ୫୫ ବର୍ଷିୟ ବଳଭଦ୍ର ମହାକୁଡ଼। ସେମାନେ କଟକର ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଉକ୍ତ ବୋଲେରୋରେ ଫେରୁଥିଲେ। ସକାଳ ପ୍ରାୟ ୬: ୩୦ ବେଳେ ଘନ କୁହୁଡ଼ି ଘୋଟି ଥିବାରୁ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ଟିକୁ ବୋଲେରୋ ଡ୍ରାଇଭର୍‌ ଦେଖି ପାରି ନ ଥିଲେ। ଫଳରେ ଟ୍ରକ୍‌ର ପଛପଟେ ବୋଲେରୋ ଖୁବ୍‌ ଯୋର୍‌ରେ ଧକ୍କାର ଖାଇଥିଲା। ଘଟଣାସ୍ଥଳରେ ପତିପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି। ଆହତ ଡ୍ରାଇଭର କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Advertisement