ପୁରୀ,o୩/୧(ଡି.ଏଚ ବ୍ୟୁରୋ):-ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅଯୋଧ୍ୟାରୁ ପ୍ରଥମ ନିମନ୍ତ୍ରଣପତ୍ର ଆଜି ମହାପ୍ରଭୁଙ୍କୁ ପ୍ରଦାନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର କମିଟିର ଓଡ଼ିଶା କାର୍ଯ୍ୟକର୍ତ୍ତା ଡା. ବସନ୍ତ ପତି ଓ ଅନ୍ୟମାନେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଏହି ନିମନ୍ତ୍ରଣପତ୍ର ଦେଇଛନ୍ତି।