ବୌଦ୍ଧ,୨୨/୧୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଏସ୍ଆଇ ବିକ୍ରମ କିଶୋର ଦେହୁରୀ। ସେ ଫୋନ ପେ’ମାଧ୍ୟମରେ ବବଡ ଗ୍ରାମର କରୁଣାକର ନାୟକଙ୍କ ଠାରୁ ଜବତ ବାଇକ ରିଲିଜ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହା ସହ ଭିଜିଲାନ୍ସ ଟିମ ତାଙ୍କ ଅଫିସ ସମେତ ପୁରୁଣାକଟକରେ ଥିବା ବାସଭବନରେ ଚଢ଼ଉ ଜାରି ରଖିବା ସହ ଅଟକ ରଖି ଖୋଳତାଡ଼ କରୁଥିବା ସୂଚନା ।