ପାଣିକୋଇଲି,୨୧/୧୧(ଡି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ନିକଟରେ ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି । ଏବଂ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବାବେଳେ ମୃତକ ଦ୍ବୟ ହେଲେ ବିଷମ କଟକ ଅଞ୍ଚଳର ଶିବେନ୍ଦ୍ର ମହାପାତ୍ର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳର ପୂଜା ସାହୁ।