ଭୁବନେଶ୍ୱର,୧୯/୧୧(ଡି.ଏଚ ବ୍ୟୁରୋ):-ଆଜି ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲସ୍ ଫାଇନାଲ୍ ମ୍ୟାଚ୍ ଦେଖିବାର କାର୍ଯ୍ୟସୂଚୀ ରହିଛି । ଏବଂ ଭାରତ ଫାଇନାଲରେ ପ୍ରବେଶ କରିଥିବାରୁ ଦେଢ଼ ଲକ୍ଷ ପ୍ରତ୍ୟକ୍ଷ ଦର୍ଶକ ଏବଂ କୋଟିକୋଟି କ୍ରିକେଟ ପ୍ରେମୀଙ୍କ ସ୍ବପ୍ନକୁ ତୃତୀୟ ଥର ପୂରଣ କରିବାର ଏହା ଆଉ ଏକ ସୁଯୋଗ ମିଳିଛି ।