ଭୁବନେଶ୍ୱର,୩୧/୧୦(ଡି.ଏଚ ବ୍ୟୁରୋ):-ଆଜି ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ସ୍ବର୍ଗତ ପଟେଲ ଓ ଅନ୍ୟମାନଙ୍କ ଦ୍ବାରା ଦେଶକୁ ଏକଜୁଟ କରିବା ପାଇଁ ହୋଇଥିବା ସଂଗ୍ରାମକୁ ମନେ ପକାଇବା ସହ ‘ଏକତା’ର ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାୟ ରଖିବାକୁ ଗୁରୁତ୍ବାରୋପ କରିଥାଏ।