ଭୁବନେଶ୍ୱର,୨୫/୧୦(ଡି.ଏଚ ବ୍ୟୁରୋ):-ବେଆଇନ ବାଣ ବିକ୍ରି ଓ ପ୍ରସ୍ତୁତି ଉପରେ ପ୍ରଶାସନର କଡା ନଜର । ଏ ନେଇ ପୁଲିସ ଜୋରଦାର ଯାଞ୍ଚ ଚଳାଇଥିବାବେଳେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଓ ବଳଙ୍ଗା ଅଞ୍ଚଳରେ ଡେଲାଙ୍ଗ ଥାନା ପୁଲିସର ବିପୁଳ ପରିମାଣର ବାଣ ଜବତ । ଏବଂ ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ଉକ୍ତ ଘଟଣାରେ ଜଣେ ଗିରଫ ।