ସୁନ୍ଦରଗଡ଼,୨୮/୯(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ରେ ପୁଣିଥରେ ୧୩ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ । ଗତକାଲି ୬୯ଟି ରକ୍ତନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୧୩ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛି। ଫଳରେ ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।