ଭୁବନେଶ୍ୱର,୨୪/୯(ଡି.ଏଚ ବ୍ୟୁରୋ):-ରାଜ୍ୟରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ଏବଂ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ଆଲୋଚନାରେ ପ୍ରାଥମିକ ଶିକ୍ଷକ ମହାସଂଘର ୯ ସଂଘ ସାମିଲ ଥିବା ଜଣାପଡ଼ିଛି।