ଭୁବନେଶ୍ୱର,୧୮/୯(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ହାତରେ ଜଗତସିଂହପୁର ଜିଲ୍ଲା ବାହାରଣା ସର୍କଲର ଆର୍ଆଇ ରମାକାନ୍ତ ବେହେରା। ସେ ଏକ ସଂପତ୍ତି ଭାଗବଣ୍ଟା ମୋକଦ୍ଦମାର ଯାଞ୍ଚ୍ ରିପୋର୍ଟ ପ୍ରସ୍ତୁତି କରିବା ସହ ଅଲଗା ଅଲଗା ପଟା କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବଂ ଭିଜିଲାନ୍ସ ବିଭାଗ ତାଙ୍କର ଦୁଇଟି ସ୍ଥାନରେ ଚଢ଼ାଉ କରିବା ସହ ତାଙ୍କବିରୋଧରେ ତଦନ୍ତ ଆରମ୍ଭ କରିଛି ।