ରାଜ୍ୟରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେବାରେ ଲାଗିଛି l

98
????????????????????????????????????
ADVERTISEMENT

ଭୁବନେଶ୍ୱର,୧୮/୯(ଡି.ଏଚ ବ୍ୟୁରୋ):-ରାଜ୍ୟରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେବାରେ ଲାଗିଛି l ପ୍ରାଣ ଚାଲିଯିବ ପଛେ ମୁଣ୍ଡ ନୁଆଁଇବୁ ନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରେ ବସି ରହିବୁ। ସ୍କୁଲ ଫେରିବୁ ନାହିଁ କି ପିଲାଙ୍କ କ୍ଲାସ ନେବୁନାହିଁ। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ। ଏଭଳି ଢଙ୍ଗରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆଜି ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛି।

Advertisement