ଭୁବନେଶ୍ବର ,୧୬/୯(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରେ ପ୍ଲଟ୍ ଓ ୪ ମହଲା କୋଠା କରାଇ ଦେବାକୁ କହି ଜଣେ ଗହଣା ବ୍ୟବସାୟୀଙ୍କଠାରୁ ୪ କୋଟି ଟଙ୍କା ଠକିଥିବା ଦମ୍ପତିକୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। ସେମାନେ ହେଲେ ଗଞ୍ଜାମ ପୋଲସରା ଅଞ୍ଚଳର କେ ଭୂବନମୋହନ ପାତ୍ର(୩୬) ଓ ତାଙ୍କ ପତ୍ନୀ କେ ପ୍ରତ୍ୟୁଷାଦେବୀ ପାତ୍ର(୨୮)। ପୁଲିସ ସେମାନଙ୍କଠାରୁ ୬୯ ହଜାର ଟଙ୍କା, ୩ ଶହ ଗ୍ରାମ୍ ସୁନାଗହଣା, ସାଢ଼େ ୪ଶହ ଗ୍ରାମ ରୁପା ଗହଣା ଓ ଗୋଟିଏ କାର୍ ଜବତ କରିଛି।