ଭୁବନେଶ୍ୱର,୦୫/୯(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ବାଲେଶ୍ବରରେ ୪୧୩, କଟକ ୪୦୭, ପୁରୀ ୪୪୪, ଜଗତସିଂହପୁର ୨୧୬, ନୟାଗଡ଼ ୧୬୩ ସୁନ୍ଦରଗଡ଼ରେ ୯୩ ଓ ଖୋର୍ଧା ଜିଲ୍ଲା ରେ ୧୫୦୩ ଡେଙ୍ଗୁ ସଂକ୍ରମଣ ଚିହ୍ନଟ ହେଲାଣି।ଫଳରେ ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି ପାଇଛି। ଏବଂ ଗତବର୍ଷ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ୬୧% ବୃଦ୍ଧି ।