ରାଇରଙ୍ଗପୁର,୦୨/୯(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଅଧୀନ ଜୟପୁର ସର୍କଲର ରାଜସ୍ବ ନିରୀକ୍ଷକ ରାକେଶ କୁମାର ପାତ୍ର। ସେ ଜମି ମାପ ଓ ଚିହ୍ନଟ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତ l ଏବଂ ଭିଜିଲାନ୍ସ ଟିମ ତାଙ୍କ ଜୟପୁରସ୍ଥିତ ଆରଆଇ ଅଫିସ, ରାଇରଙ୍ଗପୁରସ୍ଥିତ ସରକାରୀ କ୍ବାର୍ଟର୍ସ ଓ ବାରିପଦା ମୁର୍ଗାବାଡ଼ିସ୍ଥିତ ଘରେ ଚଢ଼ଉ ଜାରି ରଖିଛି।