ଭୁବନେଶ୍ୱର,୦୧/୯(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ଡେଙ୍ଗୁ ସ୍ଥିତି ଗମ୍ଭୀର ରହିଛି। ଚଳିତବର୍ଷ ଖୋର୍ଧା ,ପୁରୀ, କଟକ,ବାଲେଶ୍ବର , ଜଗତସିଂହପୁର, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏ ଦୃଷ୍ଟିରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ଚିହ୍ନଟ ହୋଇଥିବା ସମୁଦାୟ ଆକ୍ରାନ୍ତଙ୍କଠାରୁ ବଳିଯିବ ବୋଲି ଆଶଙ୍କା କରାଯାଉଛି।