ହରଭଙ୍ଗା,୨୨/୭(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ପୁଷ୍ପଲତା ରାଉତରାୟ l ସେ ବାଲି ବୋଝେଇ ୩ଟି ହାଇୱା ଗାଡିକୁ ଛାଡ଼ିବା ପାଇଁ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବଂ ତାଙ୍କ ପାଖରୁ ରାସାୟନିକ ପ୍ରଲେପ ଦିଆ ହୋଇଥିବା ଟଙ୍କା ଜବତ ହୋଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।