ବାଲେଶ୍ବର,୧୭/୭(ଡି.ଏଚ ବ୍ୟୁରୋ):-ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବା ନାଁ ରେ କୋଟି କୋଟି ଟଙ୍କା ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ୍ ର ୯ ଜଣ ଦଲାଲଙ୍କୁ ଗିରଫ କରିଛି ବାଲେଶ୍ବର ଜିଲ୍ଲା ପୁଲିସ । ଏବଂ ସେମାନଙ୍କ ନିକଟରୁ ୧୫ଟି ମୋବାଇଲ, ୩ ଟି ବ୍ଲାଙ୍କ୍ ଚେକ୍, ନଗଦ ୨୨ ହଜାର ୫୦୦ ଟଙ୍କା ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍ ଜବତ କରାଛି। ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ବିଶ୍ବରଞ୍ଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ.କେ.ସିଦ୍ଦିକ୍, ଭୁବନେଶ୍ବର ଉପକଣ୍ଠ ଯଦୁପୁରର ସାଇନା ପରବିନ୍, ମୁସ୍ତାକ୍ ଅଲ୍ଲୀ ଖାନ୍ ଓ ଏମ୍ଡି କମରୁଦ୍ଦିନ୍, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର ଓ ଭୁବନେଶ୍ବରର ବିଜେନ୍ଦ୍ର କୁମାର।