ଭୁବନେଶ୍ୱର,o୮/୭(ଡି.ଏଚ ବ୍ୟୁରୋ):-ବାହାନଗା ରେଳ ଦୁର୍ଘଟଣା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ୩ ଜଣ ରେଳ ଅଧିକାରୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ସିଗନାଲ୍ ବିଭାଗର ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକ୍ନିସିଆନ୍ ପପୁ କୁମାର। ଧାରା ୩୦୪ ଓ ୨୦୧ ସିଆର୍ପିସିରେ ସିବିଆଇ ଏହି ୩ ଜଣ ଅଧିକାରୀଙ୍କୁ ଗିରଫ କରିଥିବା ସୂଚନା ।