ଭୁବନେଶ୍ୱର,o୬/୭(ଡି.ଏଚ ବ୍ୟୁରୋ):-ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାବେଳେ ମହାଦେବଙ୍କଠାରେ ବୋଲବମ୍ ଭକ୍ତମାନେ ୪ ସୋମବାରରେ ହିଁ ଜଳଲାଗି କରିବେ। ପ୍ରଥମ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ଓ ଜୁଲାଇ ୧୭ରେ କାଉଡ଼ିଆମାନେ ଜଳ ଲାଗି କରିବେ। ଏହାପରଠୁ ମଳ ମାସ ଆରମ୍ଭ ହେଉଥିବାରୁ ଆଉ ଜଳାଭିଷେକ ବିଧି ନାହିଁ। ତେଣୁ ଦ୍ବିତୀୟ ଶ୍ରାବଣର ଶେଷ ଦୁଇ ସୋମବାର ଅଗଷ୍ଟ ୨୧ ଓ ଅଗଷ୍ଟ ୨୮ରେ ପୁଣି ଜଳାଭିଷେକ ହେବ।