ବାହାନଗା ,o୪/୬(ଡି.ଏଚ ବ୍ୟୁରୋ):-ବାହାନଗା ରେଳ ଦୁର୍ଘଟଣାରେ ଟ୍ରେନ୍ ବାତିଲ ପାଇଁ ବାଲେଶ୍ବର, ଭଦ୍ରକ ଏବଂ ଚେନ୍ନାଇ ଅଭିମୁଖେ ଯିବାକୁ ଥିବା ହଜାର ହଜାର ଯାତ୍ରୀ ରେଳ ଷ୍ଟେସନରେ ଫସି ରହିଥିଲେ। ଗତରାତିଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ପରିବାର ଓ ପିଲାଛୁଆଙ୍କୁ ଧରି ଆସିଥିବା ଯାତ୍ରୀମାନେ ଅଧିକ ସମସ୍ୟାରେ ପଡ଼ିଥିଲେ। ଷ୍ଟେସନର ଟିଣ ଚାଦର ତଳେ ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହୋଇଥିଲେ। ଏବଂ ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ଖାଇବା, ପିଇବା ଓ ଶୌଚ ହେବାରେ ନାନା ସମସ୍ୟା ଭୋଗିଥିଲେ।