ସେମିଳିଗୁଡା,o୪/୬(ଡି.ଏଚ ବ୍ୟୁରୋ):-ଆଇସକ୍ରିମ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁରେ ଆଇସକ୍ରିମ ଖାଇ ଝାଡା ଓ ବାନ୍ତିରେ ଆକ୍ରାନ୍ତ । ଅବସ୍ଥା ଗୁରୁତର ହେବାରୁ ୬୦ ଜଣ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିବା ବେଳେ ୪୫ ରୁ ଅଧିକ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି ହୋଇଛନ୍ତି । ଏବଂ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।