ଭୁବନେଶ୍ବର,୨୯/୫(ଡି.ଏଚ ବ୍ୟୁରୋ):- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ବେଳେ ୧୮ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବାର ସୂଚନା ମିଳିଛି । ଏଥିରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିବା ବେଳେ ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି, ସେମାନଙ୍କୁ ରାଜ୍ୟ ସରକାର ଏହି ‘ମୋ ଘର’ ଯୋଜନାରେ ଲୋକଙ୍କୁ ଘର ଯୋଗାଇଦେବେ। ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ଏହା ରାଜ୍ୟ ସରକାରଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ।