ବୋରିଗାଁ ରାସ୍ତାରେ ଟ୍ରକ ପୋଲଟି ଡ୍ରାଇଭର ଆହାତ l

153
ADVERTISEMENT

କୁକୁଡାଖଣ୍ଡି,୧୧/୫(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ବୋରିଗାଁ ରାସ୍ତାରେ ଏକ ପଥର ଗୁଣ୍ଡ ବୋଝେଇ ଟ୍ରକଟି ପୋଲଟି ଡ୍ରାଇଭର ଆହାତ ହୋଇଥିବା ଜଣାପଡିଛି l ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଦ୍ୱାରା ନୂତନ ଭାବେ କାର୍ଯ୍ୟକ୍ଷମ ହେଉଥିବା ବେଳେ ରାସ୍ତା ମଝିରେ ମେଟାଲ ଡଷ୍ଟ ବିଛେଇ ୫ ଦିନ ହୋଇଥିଲେ ମଧ୍ୟ ତାହାକୁ ବିଭାଗ କିମ୍ବା ଠିକାଦାରଙ୍କ ନଜର ନଥିବାରୁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ଯାହା ଫଳରେ ଓଡି0୭ଜେଡି୫୯୯୪ ଟ୍ରିପର ଟ୍ରକଟି ପୋଲଟି ଯାଇଛି l ରାସ୍ତାରେ ମେଟାଲ ପଡିଥିବାରୁ ଲୋକଙ୍କ ଯାତାୟତ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା କହିଛନ୍ତି l ଏବଂ ରାସ୍ତା ଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି l

Advertisement