କୁକୁଡାଖଣ୍ଡି,୧୧/୫(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ରୋହିଗାଁ ପଂଚାୟତର ନାଲିହାଡ଼ ଗ୍ରାମର ଦୂରରେ ଏକ ସରକାରୀ କଂକ୍ରିଟ ଖଳା ଗୋଚର ଜମିରେ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି l ଏହି ଜାଗାଟିର ଖାତାରେ ସର୍ବସାଧାରଣ ରହିଥିବା ବେଳେ ପ୍ଲଟଟି ଗୋଦଣ୍ଡା ରହିଛି l ସେହି ସ୍ଥାନରେ ଏହା ନିର୍ମାଣ ହେଉଥିବା ନେଇ ଅଭିଯୋଗ ହୋଇଛି l ୨୦୧୭ ମସିହାରେ ଏହି ଖଳା ଅନୁମୋଦିତ ହୋଇଥିବା ବେଳେ ପ୍ରତି ଗ୍ରାମରେ କଂକ୍ରିଟ ଖଳା ନିର୍ମାଣ ହେଉଥିବା ବେଳେ ସରକାରୀ ସ୍ତରରେ ପ୍ଲଟ ଓ ଖାତା ନମ୍ବର ଦେଇ ଅନୁମୋଦନ କରାଯାଏ l କିନ୍ତୁ ତାହା ଅନୁମୋଦନ ସ୍ଥାନରେ ନହୋଇ ଅନ୍ୟ ସ୍ଥାନରେ ହେଉଛି l ଏନେଇ ବିଡ଼ିଓ ପଲ୍ଲବୀ ସ୍ୱାଇଁ କହିଛନ୍ତି ତାହା ସର୍ବସାଧାରଣ ସ୍ଥାନରେ ନିର୍ମାଣ ହେଉଛି l ଯେଉଁ ସ୍ଥାନରେ ତାହା ନିର୍ମାଣ ହେଉଛି ତାହା ଗ୍ରାମଠାରୁ ଦୂରରେ ଯାହା ଉପଯୋଗୀ ହୋଇପାରିବ ନାହିଁ l ଏହାର ସଠିକ ତଦନ୍ତ କରିବା କୁ ଗ୍ରାମବାସୀ ଦାବି କରି ଛନ୍ତି l