ଝାରସୁଗୁଡ଼ା,୨୧/୪(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଏନ.ଏଚ ଡିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସିଂହ l ସେ ବିଲ ପାସ କରାଇବା ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବଂ ରାଉରକେଲା ଭିଜିଲାନ୍ସ ଥାନା ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି।