ମୋହନା,୩/୦୧(ମୋହନ ଗୌଡ଼):-ନବାଳିକାର ସନ୍ଦେହଜନକ ମୃତ୍ୟୁକୁ ନେଇ ରା.ଉଦୟଗିରି ଥାନା ଅନ୍ତର୍ଗତ ଟାଙ୍ଗିଆସାହି ଗ୍ରାମରେ ଉତ୍ତେଜନା l ଶବ ରଖି ରାସ୍ତାରୋକ l କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ l ଘଟଣା ମୁତାବକ ଆର.ଉଦୟଗିରି ବ୍ଲକ ରଣ୍ଡିବା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଆସାହି ଗ୍ରାମର ଲକ୍ଷ୍ମୀ ଦଳେଇଙ୍କ ସାନ ଝିଅ ରୁପାଲୀ ଦଳେଇ ନିଜ ଭଉଣୀ ଜୋଇଁ ଘର ରା.ଉଦୟଗିରି ନିକଟସ୍ଥ ଲୁବୁରୁସିଂ ଗ୍ରାମକୁ ଯାଇଥିଲା l ତେବେ ସେଠାରେ ଭଉଣୀର ଦେଢଶୁର ଟୁକୁନା ଦଳେଇ ଦ୍ୱାରା ଦୁଷ୍କର୍ମର ଶିକାର ହେବା ସହ ଏହି ସୂଚନା ପ୍ରକାଶ କଲେ ଭଉଣୀର ଘର ଭାଙ୍ଗିଦେବି ବୋଲି ଧମକ ଦେଇଥିଲା l ଭୟରେ ପୀଡିତା କାହାକୁ କିଛି ନକହି ଚୁପ ରହିଥିଲା l ତେବେ ନାବାଳିକାର ରକ୍ତସ୍ରାବ ଅଧିକା ହେବାରୁ ମା ଲକ୍ଷ୍ମୀ ଦଳାଇ ଝିଅକୁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ତେବେ ସେଠାରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ସବୁକିଛି ସତକଥା କହି ନାବାଳିକାଟି ମୃତ୍ୟୁବରଣ କରିଥିଲେ l ଆଜି ଝିଅର ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ l ଆଉ ଦାବି କରିଛନ୍ତି ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦିଆଯାଉ l ରା.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l