ପୁରୀ,୨୩/୧୨(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ । ସେ ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।