ଭୁବନେଶ୍ୱର,୨୧/୧୦(ଡି.ଏଚ ବ୍ୟୁରୋ):-ଆଜି ଓଡିଶା ପୋଲିସ ମୁଖ୍ୟାଳୟରେ ପାଳିତ ହୋଇଛି ୬୩ତମ ପୋଲିସ ସହିଦ ଦିବସ । ଏହି ଅବସରରେ ସହିଦ ପୋଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମାଜରେ ଶାନ୍ତି ବଜାୟର ରଖିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ ।