ଭଦ୍ରକ,୧୩/୯ (ଡି.ଏଚ୍ ବ୍ୟୁରୋ):-ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଭାରସାମ୍ୟ ହରାଇ ଶ୍ରମିକ ମାନଙ୍କ ଉପରକୁ ଚଢ଼ିଗଲା ଟ୍ରକ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି । ସମସ୍ତ ଶ୍ରମିକ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ବୋଲି ସୂଚନା ।