ଯାଜପୁର,୨୪/୬(ସନ୍ତୋଷ ସାହୁ):-ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳିଆପାଣି ଠାରେ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦନ ମଜଦୁର ସଂଘ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ଦକ୍ଷତା ବିକାଶ ଓ ବୈଜ୍ଞାନିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଓ ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଡ଼ଚଣା,ସାଂସଦ ଯାଜପୁର, ବିଧାୟିକା କବିସୂର୍ଯ୍ୟ ନଗର ଯୋଗ ଦେଇଛନ୍ତି l