ବରଗଡ଼,୧୯/୬(ଡି.ଏଚ ବ୍ୟୁରୋ):-ବରଗଡ଼ ଜିଲ୍ଲା ବରପାଲି ମେହେରପଡ଼ା ନିକଟରେ ବସ୍ ଓ ମାଲ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଡ୍ରାଇଭରଙ୍କ ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇ ବରପାଲି ଡାକ୍ତରଖାନାରେ ଭର୍ତ୍ତି । ସେପଟେ ଘଟଣାସ୍ଥଳରେ ବରପାଲି ପୋଲିସର ତଦନ୍ତ ଜାରି ଥିବାବେଳେ ଉକ୍ତ ବସଟି ସମସ୍ତ ଯାତ୍ରୀଙ୍କୁ ନେଇ ବଲାଙ୍ଗୀରରୁ ଝାରସୁଗୁଡା ଯାଉଥିଲା ।