ଢେଙ୍କାନାଳ,୧୨/୫(ଡି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଭାରସାମ୍ୟ ହରାଇ ଓଲଟିଲା ମା ଜଗଦମ୍ବା ଯାତ୍ରାପାଟି ବସ । ବସଟି କଙ୍କଡ଼ାହାଡ଼ରୁ ରେଙ୍ଗାଳି ଅଭିମୁଖେ ଯାଉଥିବା ବେଳେ ଜରଡା ଘାଟି ନିକଟରେ ଓଲଟି ପଡ଼ିବା ଫଳରେ ଦୁଇ ଜଣ ଆହାତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ବସରେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ଅନୁମାନ କରାଯାଉଛି।